YDE

ନୋଟିସ/ବିଜ୍ଞାପନ

ଉତ୍କଳ ସେବକ ସମାଜ ଏକ ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ I ଓଡିଶା ର ବିଭିନ୍ନ ଜିଲ୍ଲା ରେ ଉଭୟ ସ୍ୱାସ୍ଥ୍ୟ ଏବଂ ବିକାଶ ମୂଳକ ପ୍ରକଳ୍ପ ମାଧ୍ୟମ ରେ ଦୀର୍ଘ ପଚିଶି ବର୍ଷ ଧରି କାର୍ଯ୍ୟ କରି ଆସୁଛି I ବର୍ତ୍ତମାନ ମଧୁମେହ ରୋଗ ସମ୍ବନ୍ଧୀୟ ସଚେତନତା ଓ ନିରାକରଣ ଦିଗରେ ଏକ କାର୍ଯ୍ୟ କ୍ରମ ହାତକୁ ନେଇଛି । ବର୍ତ୍ତମାନ କଟକ ଜିଲ୍ଲା ପାଇଁ INDPCP ପ୍ରକଳ୍ପ ଅଧୀନ ରେ Youth Diabetes Educator (YDE) ସ୍ଵେଚ୍ଛାସେବୀ ପାଇଁ ଉପଯୁକ୍ତ ଏବଂ ଯୋଗ୍ୟ ପ୍ରାର୍ଥୀ ଆବଶ୍ୟକ I

ଆବଶ୍ୟକୀୟ ପଦବୀ ସଂଖ୍ୟା –୮୧୧

ସର୍ବନିମ୍ନ ଯୋଗ୍ୟତା – ଦଶମ ଓ ତଦ୍ୟୁର୍ଦ୍ଧ, MA ପର୍ଯ୍ୟନ୍ତ ପ୍ରାର୍ଥୀ ଙ୍କ ଆଗ୍ରହ ଉପରେ ନିର୍ଭର କରେ

ବୟସ-୩୫ ବର୍ଷ ବୟସ ମଧ୍ୟରେ ସ୍ଥଳ ବିଶେଷ ରେ ୩୭ ବର୍ଷ କୁ ବଢା ଯାଇପାରେ (ପ୍ରାର୍ଥୀ ଚୟନ କର୍ତ୍ତା ଙ୍କ ଉପରେ  ସଂପୂର୍ଣ୍ଣ ନିର୍ଭର କରେ ) ।

ଦରଖାସ୍ତ  ପାଇଁ ଇଚ୍ଛୁକ ପ୍ରାର୍ଥୀ ନିଜର ସମସ୍ତ  ପ୍ରମାଣ ପତ୍ର ର ନକଲ କପି ସହ  ଦରଖାସ୍ତ ତା ୧୦ /୦୧/୨୦୧୭ ରିଖ  ଅପରାହ୍ନ ୫  ଘଟିକା ସମୟ ସୀମା ମଧ୍ୟରେ  ନିମ୍ନଲିଖିତ ଠିକଣା ରେ ପହଞ୍ଚIଇବାକୁ ଅନୁରୋଧ I ପ୍ରାର୍ଥୀ  ବାଛିବା ର ଦାଇତ୍ଵ ଉତ୍କଳ ସେବକ ସମାଜ ଉପରେ ସମ୍ପୂର୍ଣ୍ଣ ନିର୍ଭର କରେ । ତେଣୁ ଏ ଦିଗରେ ଅନୁଷ୍ଠାନ ର ସିଦ୍ଧାନ୍ତ ଚୁଡାନ୍ତ  ଓ ପ୍ରଶ୍ନ ଉତଥାପନ ଯୋଗ୍ୟ ନୁହେଁ । ଯୋଗ୍ୟ ପ୍ରାର୍ଥୀ ଙ୍କୁ ତାଲିମ ପ୍ରଦାନ କରାଯିବ । କାର୍ଯ୍ୟ କରିବାକୁ ଆଶାୟୀ ପ୍ରାର୍ଥୀ ଙ୍କୁ ତାଲିମ ନେବାକୁ ବାଧ୍ୟ ଓ ଅନୁଷ୍ଠାନ ର ଶୃଙ୍ଖଳା ଓ ନିୟମ କାନୁନ ମାନିବାକୁ ପଡିବ ।

ପାରିଶ୍ରମିକ:- ଗୋଟିଏ ନୂଆ ଡାଇବେଟିସ ରୋଗୀ କୁ ଚିହ୍ନଟ ଓ ସେବା ପ୍ରଦାନ ପାଇଁ ୧୦୦ ଟଙ୍କା ଏବଂ ଜଣେ YDE ସ୍ଵେଚ୍ଛାସେବୀ କୁ ମାସକୁ ୧୦୦ ଜଣ ଡାଇବେଟିସ ରୋଗୀ କୁ ଚିହ୍ନଟ ଓ ସେବା ପ୍ରଦାନ ପାଇଁ ସୁଯୋଗ ଓ ସେହି ଅନୁଯାୟୀ  ପାରିଶ୍ରମିକ ମିଳିପାରିବ । ଏହା ପୂର୍ଣ୍ଣ ସମୟ ଚାକିରି ନୁହେଁ । ପ୍ରାର୍ଥୀ ଚୟନ ପାଇଁ କାହାକୁ ପଇସା ପାତ୍ର ପ୍ରଦାନ କରନ୍ତୁ ନାହିଁ ।

ସଂପୂର୍ଣ୍ଣ ବିବରଣୀ ଜାଣିବା ପାଇଁ ଉତ୍କଳ ସେବକ ସମାଜ ର ୱେବସାଇଟ utkalsevaksamaj.org – News & Event ରୁ ପାଇପାରିବେ ।

ଠିକଣା : ସମ୍ପାଦକ, ଉତ୍କଳ ସେବକ ସମାଜ ,ଶ୍ରୀ ଜଗନ୍ନାଥ ନିଳୟମ ,ଗଣ୍ଡରପୁର ,ନୂଆସାହି,ପୋ-କଲେଜ ସ୍କୋୟାର, ଜିଲ୍ଲା-କଟକ  I ପିନ-୭୫୩୦୦୩

ଯୋଗାଯୋଗ ଫୋନ ନମ୍ବର –    ମଳୟ କୁମାର ଷଡଙ୍ଗୀ-୯୪୩୭୦୬୩୮୨୧

ପ୍ରମୋଦ କୁମାର ଓଝା -୯୪୩୭୦୩୬୧୩୫/୭୦୭୭୬୬୧୪୩୫

ଭାରତୀ ମୁଦୁଲି -୯୬୬୮୨୫୦୪୮୬

ଅନିରୁଦ୍ଧ ଦାସ-୯୯୩୭୪୧୭୬୦୩

 

ପ୍ରଶାସନିକ ଅଧିକାରୀ ଉତ୍କଳ ସେବକ ସମାଜ

Download Application Form

  Application Form – 1
  Application Form – 2