Application invited for TISS vocational studies

ନୋଟିସ/ବିଜ୍ଞାପନ

ଉତ୍କଳ ସେବକ ସମାଜ ଏକ ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ I ଓଡିଶା ର ବିଭିନ୍ନ ଜିଲ୍ଲା ରେ ଉଭୟ ସ୍ୱାସ୍ଥ୍ୟ ଏବଂ ବିକାଶ ମୂଳକ ପ୍ରକଳ୍ପ ମାଧ୍ୟମ ରେ ଦୀର୍ଘ ୨୫ ବର୍ଷ ଧରି ଜନସେବା କରି ଆସୁଛି I ବର୍ତ୍ତମାନ ବେକାରି ସମସ୍ୟା ନିରାକରଣ ଦିଗରେ ଏକ କାର୍ଯ୍ୟ କ୍ରମ ହାତକୁ ନେଇଛି । ଏଥିପାଇଁ କଟକ ଜିଲ୍ଲା ର ଗ୍ରାମାଞ୍ଚଳ ର ଯୁବଗୋଷ୍ଠୀ ମାନଙ୍କୁ ଭାରତ ର ରାଜଧାନୀ ନୂଆଦିଲ୍ଲୀ ରେ ଦକ୍ଷତା ବୃଦ୍ଧି ଓ ରୋଜଗାର କ୍ଷମ କରିବା ପାଇଁ ଏକ କାର୍ଯ୍ୟ କ୍ରମ ରେ ସାମିଲ କରାଯିବ ।ସେଥିପାଇଁ ଉପଯୁକ୍ତ ଏବଂ ଯୋଗ୍ୟ ପ୍ରାର୍ଥୀ ଆବଶ୍ୟକ I ତାଲିମ ସମୟ ରେ ୭୦୦୦ ଟଙ୍କା ପର୍ଯ୍ୟନ୍ତ ସ୍କଲାରସିପ ମିଳିବ । ୩ ବର୍ଷ ର ତାଲିମ ପରେ ସ୍ନାତ୍ତକ ର ପ୍ରମାଣ ପତ୍ର ପ୍ରଦାନ କରାଯିବ ।  ଆବେଦକ ମାନଙ୍କ  ମଧ୍ୟରୁ  ସର୍ବାଧିକ ୧୦୦୦ ଲୋକଙ୍କୁ ବଛାଯିବ , ସର୍ବନିମ୍ନ ଯୋଗ୍ୟତା – ଯୁକ୍ତ  ୨, ବୟସ ସୀମା –ସର୍ବନିମ୍ନ  ୧୮ ଓ ସର୍ବାଧିକ ୨୧ ବର୍ଷ

ଦରଖାସ୍ତ  ପାଇଁ ଇଚ୍ଛୁକ ପ୍ରାର୍ଥୀ ନିଜର ସମସ୍ତ  ପ୍ରମାଣ ପତ୍ର ର ନକଲ କପି ସହ  ଦରଖାସ୍ତ ତା ୧୫ /୦୧/୨୦୧୭ ରିଖ  ଅପରାହ୍ନ ୫  ଘଟିକା ସମୟ ସୀମା ମଧ୍ୟରେ  ନିମ୍ନଲିଖିତ ଠିକଣା ରେ ପହଞ୍ଚIଇବାକୁ ଅନୁରୋଧ I କେବଳ କଟକ ଜିଲ୍ଲା ର ପ୍ରାର୍ଥୀ ଦରଖାସ୍ତ କରି ପାରିବେ । ପ୍ରାର୍ଥୀ ବାଛିବା ପାଇଁ ଏକ କମିଟି ରହିଛି ତାଙ୍କ ସିଦ୍ଧାନ୍ତ ଚୁଡାନ୍ତ ଓ ତାଙ୍କ ସିଦ୍ଧାନ୍ତ କୁ ପ୍ରଶ୍ନ କରାଯାଇପାରିବ ନIହିଁ । ଶିକ୍ଷା ,ବୟସ , ଜାତି ,ଭିନ୍ନକ୍ଷମ ର  ପ୍ରମାଣ ପତ୍ର ପ୍ରଦାନ କରିବାକୁ ହେବ । ଉତ୍କଳ ସେବକ ସମାଜ କେବଳ ପ୍ରାର୍ଥୀ ଚୟନ କରି ତାଲିମ ପ୍ରଦାନକାରୀ ସଂସ୍ଥା କୁ ପ୍ରେରଣ କରିବେ । ଆପଣ ସବୁ ବୁଝି ସୁଝି ଏହି କାର୍ଯ୍ୟ କ୍ରମ ରେ ଯୋଗ ଦେବା ଉଚିତ । କିନ୍ତୁ ଆପଣଙ୍କ ମନରେ ଥିବା ସବୁ ପ୍ରଶ୍ନ ର ଉତ୍ତର  ଆପଣଙ୍କୁ ବୁଝାଇ ଦିଆଯିବ ।ଏହି କାର୍ଯ୍ୟ କ୍ରମ ଟି Tata Institute of social Institute (TISS) ର ଯାହାକି Fun First Global Skillers pvt ltds ମାଧ୍ୟମରେ କାର୍ଯ୍ୟ କରା ଯାଉଛି । ଆମ ଅନୁଷ୍ଠାନ ବିଷୟ ରେ ସଂପୂର୍ଣ୍ଣ ବିବରଣୀ ପାଇପାରିବେ । ଉପର ବର୍ଣ୍ଣିତ ୨ ଟି ଅନୁଷ୍ଠାନ ର ସଂପୂର୍ଣ୍ଣ ବିବରଣୀ ସେମାନଙ୍କ website ରେ ଉପଲବ୍ଧ । ଦରଖାସ୍ତ ପଠାଇବାର ସଂପୂର୍ଣ୍ଣ ବିବରଣୀ ଓ ଫର୍ମ ଉତ୍କଳ ସେବକ ସମାଜ ର ୱେବସାଇଟ  –  www.utkalsevaksamaj.org ରୁ ପାଇପାରିବେ । ନଚେତ Xerox ଖର୍ଚ୍ଚ ୧୦ ଟଙ୍କା ଦେଇ ଆମ ଅଫିସ ନଚେତ ଆମ କର୍ମୀ ଓ କର୍ମଚାରୀ ଏନକେ ଠାରୁ ସଂଗ୍ରହ କରିପାରିବେ । ଆମ ନାମ ନେଇ କେହି ଲାଞ୍ଚ ମାଗୁଥିଲେ ସେଥିପ୍ରତି ସାବଧାନ ରୁହନ୍ତୁ । ଉତ୍କଳ ସେବକ ସମାଜ ଏହି କାର୍ଯ୍ୟ ପାଇଁ କୌଣସି ପ୍ରାର୍ଥୀ ଙ୍କ ଠାରୁ କୌଣସି ପ୍ରକାର ର ଆର୍ଥିକ ସାହାର୍ଯ୍ୟ  ଲାଞ୍ଚ କି କୌଣସି ପ୍ରକାର ର ସୁବିଧା ଗ୍ରହଣ କରେ ନହିଁ । ଏପରି କାଲେ ଆମେ ଦାୟୀ ନୁହେଁ ।

ଦରଖାସ୍ତ ପ୍ରେରଣ ର ଠିକଣା  ଉତ୍କଳ ସେବକ ସମାଜ ,ଶ୍ରୀ ଜଗନ୍ନାଥ ନିଳୟମ ,ଗଣ୍ଡରପୁର ,ନୂଆସାହି,ପୋ- କଲେଜ ସ୍କୋୟାର, ଜିଲ୍ଲା-କଟକ  I ପିନ-୭୫୩୦୦୩ । ଅଧିକ କିଛି ବୁଝିବାକୁ ଚାହୁଁଥିଲେ ନିମ୍ନ ଫୋନ ନମ୍ବର ରେ ଯୋଗାଯୋଗ କରିପାରିବେ ।

ଫୋନ ନମ୍ବର –          ମଳୟ କୁମାର ଷଡଙ୍ଗୀ-୯୪୩୭୦୬୩୮୨୧

ପ୍ରମୋଦ କୁମାର ଓଝା -୯୪୩୭୦୩୬୧୩୫/୭୦୭୭୬୬୧୪୩୫

ଭାରତୀ ମୁଦୁଲି -୯୬୬୮୨୫୦୪୮୬

ଅନିରୁଦ୍ଧ ଦାସ-୯୯୩୭୪୧୭୬୦୩

Download Application Form

  Application Form – 1